ଭାରତରେ ପଂହଚିବ ୫ ରାଫେଲ ଫାଇଟର


ନୂଆଦିଲ୍ଲୀ- ଆଜି ଭାରତରେ ପଂହଚିବ ୫ ରାଫେଲ ଜେଟ । ଫ୍ରାନ୍ସରୁ ଉଡାଣ କରିଥିବା ଏହି ଜେଟ ହରିଆଣାର ଅମ୍ବାଲା ଏୟାରବେସରେ ପହଂଚିବ । ୧୨ ଯୋଦ୍ଧା ପାଇଲଟ ଏହାକୁ ଭାରତ ଆଣୁଛନ୍ତି । ରାସ୍ତାରେ ଆବୁଧାବିରେ କିଛି ସମୟ ରହଣି ପରେ ପୁଣି ଉଡାଣ ଆରମ୍ଭ କରିଛନ୍ତି । ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ଏସସିଏଏଲପି କ୍ଷେପାଣାସ୍ତ୍ର ୩୦୦ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ କରିପାରିବ । ଯାହାଫଳରେ ବାଲାକୋଟ ଭଳି ଅପରସେନ ପାଇଁ ସୋନକୁ ଆଉ ସୀମା ଅତିକ୍ରମ କରିବାକୁ ପଡିବ ନାହିଁ । ରାଫେଲ ଫାଇଟ ଜେଟ୍ ଆସୁଥିବାରୁ ହରିଆଣା ଅମ୍ବାଲା ଏୟାର ବେସ୍ ଆଖପାଖ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏୟାର ବେସ ୩ କିଲୋମିଟର ବ୍ୟାସାର୍ଦ୍ଧା ମଧ୍ୟରେ କୌଣସି ଘରୋଇ ଡ୍ରୋନ ଉଡାଣ ନକରିବାକୁ ନିର୍ଦେଶ ଦିଆଯାଇଛି । ଏତଦ୍ ବ୍ୟତିତ ଜେଟ ଫଟୋ ଉଠାଇବା କିମ୍ବା ଭିଡିଓ କରିବାକୁ ବାରଣ କରାଯାଇଛି । ଏୟାର ବେସ ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଭାରତ ଓ ଚରନ ମଧ୍ୟରେ ଚାଳିଥିବା ବିବାଦ ବେଳେ ରାଫେଲ ଭାରତକୁ ଆସିବା ଘଟଣା ବାୟୁସୋନ ମନୋବଳକୁ ବୃଦ୍ଧି କରିଛି । ଏହା ସହ ଚୀନ ଓ ପାକିସ୍ତାନକୁ କଡା ଟକ୍କର ଦେବ ଭରତ । ଭାରତ ପାଖରେ ରାଫେଲ ଯୁଦ୍ଧ ବିମାନ ଥିବା ବେଳେ ପାକିସ୍ତାନ ଏଫ-୧୬ ଓ ଚୀନ ପାଖରେ ଚେଙ୍ଗଡୁ ଜେ-୨୦୧ ରହିଛି । ତେବେ ଏହି ତିନୋଟି ଯୁଦ୍ଧ ବିମାନକୁ ନେଇ ଚର୍ଚ୍ଚ ଆରମ୍ଭ ହୋଇଗଲାଣି ।

Leave A Reply

Your email address will not be published.

15 + 19 =