ନୂଆଦିଲ୍ଲୀ- ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର କରିବା ପରେ ଲିପୁଲେଖରେ ୧୦୦୦  ସୈନିକ ଠୁଳ କରିଛି ଚୀନ । ଲିପୁଲେଖ ଇଲାକା ଭାରତ,ନେପାଳ ଓ ଚୀନ ସୀମାକୁ  ଲାଗି ରହିଛି ।  ନେପାଳ ଦୀର୍ଘଦିନ ଧରି ଭାରତ ସହ ବନ୍ଧୁ ରାଷ୍ଟ୍ର ଭାବେ ପରିଚିତ ହେବା ପରେ ଏବେ ଚୀନ ସହ ମିଶି  ଷଡଯନ୍ତ୍ର କରୁଛି । ଲିପୁଲେଖ ଅଂଚଳରେ ଭାରତ ମାନସରୋବର ଯାତ୍ରା ପାଇଁ ରୁଟ୍ ନିର୍ମାଣ କରୁଥିବା ବେଳେ ୮୦ କିମି  ରାସ୍ତାକୁ ନେପାଳ ବିରୋଧ କରୁଛି । ଏହାକୁ ନେଇ ମଧ୍ୟ ଭାରତ ଓ ନେପାଳ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୩ ମାସ ଧରି ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ଉତେଜନା ଲାଗି ରହିଛି । ଦୀର୍ଘଳ ୪୫ ବର୍ଷ ପରେ   ଉଭୟ ଭାରତ ଓ  ଚୀନ ସେବା ମୁହାଁମୁହିଁ ହୋଇଥିଲେ । ଏହି ହିଂସାକାଣ୍ଡରେ ଭାରତର ୨୦ ଯବାନ  ନିହତ ହୋଇଥିଲେ । ଭାରତ ଓ ଚୀନର ଦ୍ୱିପାକ୍ଷିକ ଆଲୋଚନା ପରେ ଲଦାଖରୁ ସୈନ ଅପସାରଣ କରି ଲିପୁଲେଖରେ  ଠୁଳ କରିଛି ।