ନୂଆଦିଲ୍ଲୀ- ଭାରତରେ ଆଜି ଠାରୁ କରୋନା ଟିକାର ମାନବ ପରୀକ୍ଷଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୦୦ ବ୍ୟକ୍ତିଙ୍କ ଠାରେ ଏହି ଭାକ୍ସିନର ପରୀକ୍ଷା କରାଯିବ ବୋଲି ଜଣାପଡିଛି । ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷା ହବ । ଯେଉଁମାନେ ହ୍ୟୁମାନ ଟ୍ରାଏଲ ପାଇଁ ଇଛୁକ ଥିବେ ସେମାନେ ୦୭୪୨୮୮୪୭୪୯୯ ନମ୍ବରେ ମେସେଜ କିମ୍ବା ଫୋନ କରିପାରିବେ । ସେହିପରି ମଧ୍ୟ ନିଜ ନାଁ ଓ ଠିକଣା ଦେଇ ରେଜିଷ୍ଟେ୍ରସନ କରିପାରିବେ । ଏହି ଟୀକା ଭାରତ ବାୟୋଟେକ ଦ୍ୱାରା ବିକଶିତ ହୋଇଛି । ୧୨ ଟି ମେଡିକାଲରେ କୋଭିକ୍ସିନର କ୍ଳିନିିକାଲ ଟ୍ରାଏଲ ହେବ । ଭୁବନେଶ୍ୱର ସମ ହସ୍ପିଟାଲରେ ମଧ୍ୟ ଏହି ପରୀକ୍ଷଣ କରାଯିବ । ଏହି ଟେଷ୍ଟରେ ସୁସ୍ଥ ଲୋକଙ୍କୁ ଅର୍ଥାତ ଯାହାର କୌଣସି ରୋଗ ନଥିବ ସେମାନଙ୍କୁ ହିଁ ସାମିଲ କରାଯିବ ।