ନୂଆଦିଲ୍ଲୀ- ଗଲୱାନ ଉପତ୍ୟକା ଅନ୍ତର୍ଗତ ପାଟ୍ରୋଲ ପଏଂଟ ୧୫ ଠାରେ ଭାରତ ଓ ଚୀନ ସେନା ଅପସାରଣ ହୋଇଥିବା କଥା ଭାରତୀୟ ସେନାବାହିନୀ ପକ୍ଷରୁ ଜଣାପଡିଛି । ଜାତୀୟ ନିରାପତା ଉଦେଷ୍ଟା ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଦୀର୍ଘ ଦୁଇ ଘଂଟା ଧରି ଟେଲିଫୋନରେ ବାର୍ତାଳାପ କରିବା ପରେ ସେମାବାର ସୈନ୍ୟ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚୀନ ସେନାଙ୍କ ଉପରେ ଭାରତୀୟ ସେନା ନଜର ରକ୍ଷିଛି । ଗତ କିଛି ଦିନ ହେବ ଚୀନ ପୂର୍ବ ଲଦାଖରୁ ୨ କିଲୋମିଟର ପଛକୁ ହଟିଥିଲା ।