ଇସ୍ତଫା ଦେଲେ ହକି ଇଣ୍ଡିଆ ଅଧ୍ୟକ୍ଷ

ନୂଆଦିଲ୍ଲୀ- ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମୁସ୍ତାକ ଅହମ୍ମଦ । ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହିତ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମଣିପୁର ଜ୍ଞାନେନ୍ଦ୍ର ନିଙ୍ଗୋବମଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଜ୍ଞାନେନ୍ଦ୍ର ମଣିପୁରରେ ଥିବା ଏକ ସାନ୍ଧ୍ୟା ଦୈନିକ ଖବରକାଗଜର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ହକି ଇଣ୍ଡିଆ ମହାସଚିବ ଅହମ୍ମଦଙ୍କ ଇସ୍ତଫା ସମ୍ପର୍କରେ କ୍ରିଡା ମନ୍ତ୍ରାଳୟକୁ ଅବଗତ କରାଇଥିଲେ । ମନ୍ତ୍ରାଳୟ ପକ୍ଷରୁ ଅହମ୍ମଦଙ୍କୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନୋଟିସ ଜାରି କରିଥିଲେ । ନୋଟିସରେ ଲେଖାଥିଲା ମୁସ୍ତାକ ଅହମ୍ମଦ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ହକି ଇଣ୍ଡିଆର କୋଷାଧ୍ୟକ୍ଷ ଏବଂ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ମହାସଚିବ ଥିଲେ । କୁଲିଂ ଅଫ୍ ପରିୟଡ ବିନା ୩ୟ କାର୍ଯ୍ୟକାଳରେ ଅଧ୍ୟକ୍ଷ ଭାବେ ରହିପାରିବେ ନାହିଁ ।

Leave A Reply

Your email address will not be published.

12 − eleven =