ପୂର୍ବତନ ମିସ ଇଣ୍ଡିଆ ଫାଇନାଲଷ୍ଟି ଓ ଏସ୍ ମଡେଲେ ଐଶ୍ଵର୍ଯ୍ୟା ସେରାନ ହେଲେ ଏବେ ଆଇଏସ ଅଫିସର । ମଙ୍ଗଳବାର ପ୍ରକାଶ ପାଇଥିବା ୨୦୧୯ ୟୁପିଏସସି ସିଭଲି ସର୍ଭିିସ ପରୀକ୍ଷାରେ ଐଶ୍ଵର୍ଯ୍ୟା ୯୩ ର୍ୟାଙ୍କରେ ଅଛନ୍ତି । ଐଶ୍ଵର୍ଯ୍ୟା ରାୟ ମିସ୍ଇଣ୍ଡିଆ ହେବାପାରେ ମୋ ମା ମୋ ନାମକୁ ଐଶ୍ଵର୍ଯ୍ୟ ରଖିଥିଲେ ବୋଲି ସେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ମିସଇଣ୍ଡିଆ ପ୍ରତି ଯୋଗୀତାରେ ଭାଗ ନେଇ ୨୧ ଫାଇନାଲଷ୍ଟିକଙ୍କ ମଧ୍ୟରେ ସେ ଆସିଥିଲେ । ସେ କହିଛନ୍ତି ଯେ, ସମାଜ ସେବା ମୋର ସ୍ୱପ୍ନ ଥିଲା । ତେଣୁ ମୁଁ ମଡେଲିଙ୍ଗ କ୍ୟାରିୟର ବନ୍ଦ କରି ସିଭିଲ ସର୍ଭିସି ପରୀକ୍ଷା ପାଇଁ ଚେଷ୍ଟା କରିଥଲି । ଶେଷରେ ଐଶ୍ଵର୍ଯ୍ୟାଙ୍କ ଲକ୍ଷ ପୂରଣ ହୋଇଛି । ସେ କହିଛନ୍ତି ମୁଁ କୌଣସି କୋଚିଙ୍ଗ କ୍ଳାସ ନଯାଇ ଘରେ ରହି କଠୋର ପରିଶ୍ରମ କରୁଥିଲି । ପଢା ସମୟରେ ଫୋନ ଅଫ କରେ । ମୋର ଗୋଟିଏ ଲକ୍ଷ୍ୟ ଥିଲା ମୁଁ ସିଭିର୍ଲି ସର୍ଭିସରେ ଉତିନ୍ନ ହେବି । ତେଣୁ ପରୀକ୍ଷାରେ ଉତିନ୍ନ ହେବା ପରେ ସେ କହିଛନ୍ତି ଯେଉଁ ଜିନିଷ ପାଇବା ପ୍ରତି ଇଛା ଶକ୍ତି ଥାଏ , ନିଜର ପ୍ରଚେଷ୍ଟା ଓ କଠୋର ପରିଶ୍ରମ ବଳରେ ତାହା ମିଳିବା ନିଶ୍ଚିତ ।