ନୂଆଦିଲ୍ଲୀ- ଏଣିକି ଚାଇନା ଦେଖି ପାରିବନି ଭାରତୀୟ ଖବର କାଗଜ ଓ ୱେବସାଇଟ । କିନ୍ତୁ ଭାରତୀୟ ମାନେ ଚାଇନାର ସମସ୍ତ ଖବର କାଗଜ ଓ ୱେବସାଇଟ ଦେଖିପାରିବେ । ଇଣ୍ଡିଆ ଟିଭି ଚ୍ୟାନେଲ ଆଇପି ଟିଭି ଚ୍ୟାନେଲକୁ ବନ୍ଦ କରିଦେଇଛି । ସେହିପରି କମ୍ୟୁନିଷ୍ଟ ରାଜ୍ୟ ମାନଙ୍କରେ ଏକ୍ସପ୍ରେସ ଭିପିଏନ, ଆଇଫୋନ ଓ ଟେଷ୍ଟଟପ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି । ଗତକାଲି ଭାରତ ସରକାର ଚାଇନାର ୫୯ ଆପକୁ ପ୍ଲେଷ୍ଟୋରରୁ ବାଦ ଦେଇଥିଲେ । ଯାହାକି ଚାଇନ ପାଇଁ ଏକ ଶକ୍ତ ଝଟକା । ଆଗାମୀ ଦିନରେ ଭାରତର ୫ଜି ମୋବାଇଲ ନେଟୱର୍କ ସେବା ଆରମ୍ଭ ହେବାକୁ ଯାଉଛି । ୫ଜି ନେଟୱର୍କ ବିକଶିତ କରିବା ବେଳେ ଚାଇନା ସାମଗ୍ରୀଗୁଡିକ ଯେଭଳି ବ୍ୟବହାର କରା ନଯାଏ ସେ ନେଇ ଭାରତ ସରକାର ଯୋଜନା କରୁଛି । ଚାଇନିଜ ୫ଜି ସାମଗ୍ରୀ ଉପରେ ବ୍ୟାନ ଲଗାଇବା ପାଇଁ ମନ୍ତ୍ରୀ ସ୍ତରୀୟ ବୈଠକ ମଧ୍ୟ ଡକାଯାଇଥିଲା । ହୁଆୟୁ କମ୍ପାନୀ ବିକ୍ରି କରୁଥିବା ସାମଗ୍ରୀ ଉପରେ ବର୍ଷକ ପର୍ଯ୍ୟନ୍ତ ରୋକ ଲଗାଇବାକୁ ସରକାର ଚିନ୍ତା କରିଛନ୍ତି ।