ଗୁରୁପୂର୍ଣ୍ଣମା ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ବାର୍ତା

ନୂଆଦିଲ୍ଲୀ- ଆଷାଢ ପୂର୍ଣ୍ଣମା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବୁଦ୍ଧଙ୍କ ପ୍ରଚାରିତ ଶାନ୍ତି ଓ ନ୍ୟାୟ ଉପରେ ଆଲୋକପାତ କରି ଦେଶବାସୀଙ୍କୁ ଭିଡିଓ ବାର୍ତା ଦେଇଛନ୍ତି । ଏହି ପୂର୍ଣ୍ଣିମାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଇଂଟରନ୍ୟାସନାଲ ବୁଦ୍ଧିଷ୍ଟ କନଫେଡେରେସନ ଧର୍ମ ଚକ୍ର ଦିବସ ଭାବେ ପାଳନ କରାଯାଏ । ଆଷଢ ପୂର୍ଣ୍ଣମା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଏହି ପୂର୍ଣ୍ଣିମା ଗୁରୁ ପୂର୍ଣ୍ଣମା ଭାବ ମଧ୍ୟ ଜଣାଶୁଣା । ଆମ୍ଭମାନଙ୍କୁ ଜ୍ଞାନପ୍ରଦାନ କରୁଥିବା ଗୁରୁମାନଙ୍କ ପାଇଁ ଦିନଟିଏ । ଏହି ଉତ୍ସବ ଅବସରରେ ଆମେ ଭଗବାନ ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁ । ଭଗବାନ ବୁଦ୍ଧଙ୍କ ଆଦର୍ଶ ବାଣୀଙ୍କୁ ବଖାଣି ମୋଦୀ କହିଲେ ବୌଦ୍ଧଧର୍ମ ଲୋକମାନଙ୍କୁ ,ଗରିବ ଓ ମହିଳାଙ୍କୁ ଶାନ୍ତି ଓ ଅହିଂସା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଶିକ୍ଷାଦିଏ । ବୁଦ୍ଧଙ୍କ ଆର୍ଯ୍ୟଅଷ୍ଟାଙ୍ଗିକ ମାର୍ଗ ଅନେକ ସମାଜ ଓ ଜାତିର ମଙ୍ଗଳ ପାଇଁ ପଥ ପ୍ରଦର୍ଶନ କରେ । ସମବେଦନା ଓ ଦୟା ଉପରେ ବୌଦ୍ଧଧର୍ମ ପର୍ଯ୍ୟବେସିତ । ଚିନ୍ତାଧାରା ଓ କାର୍ଯ୍ୟଧାରାରେ ସରଳତା ଆଣିବାକୁ ବୌଦ୍ଧଧର୍ମ କୁହେ । କରୋନା ମହାମାରୀ ସଙ୍କଟର ସମଧାନ ମଧ୍ୟ ଭଗବାନ ବୁଦ୍ଧଙ୍କ ବାଣୀରୁ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାଙ୍କ ବାଣୀ ଅତୀତରେ ପ୍ରାସଙ୍ଗିକ ଥିଲା, ବର୍ତମାନ ଅଛି ଓ ଭବିଷ୍ୟତରେ ପ୍ରାସଙ୍ଗିକ ରହିବ ।

Leave A Reply

Your email address will not be published.

ten + 15 =