ଅମରନାଥ ଯାତ୍ରା ୨୧ରୁ ଆରମ୍ଭ

ନୂଆଦିଲ୍ଲୀ- ଆସନ୍ତା ୨୧ ତାରିଖ ଠାରୁ ଅମରନାଥ ଶୈବପୀଠ ଖୋଲାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ସମସ୍ତ ଭକ୍ତଙ୍କର ପ୍ରଥମେ କରୋନା ପରୀକ୍ଷା କରିବେ । ଶ୍ରାଦ୍ଧାଳୁଙ୍କ ରିପୋର୍ଟ ଯେ ପର୍ଯ୍ୟନ୍ତ ନେଗେଟିଭ ଆସିନି ସେ ପର୍ଯ୍ୟନ୍ତ ତାଙ୍କୁ କ୍ୱାରେଂନଟାଇନ କେନ୍ଦ୍ରରେ ରହିବାକୁ ପଡିବ । ଜାମ୍ମୁ-କାଶ୍ମୀରର ମୁଖ୍ୟ ଶାସନ ସଚିବ ଯାତ୍ରାର ଆୟୋଜନ ତଦାରଖ କରିବେ । ର୍ପୂବରୁ ତୀର୍ଥଯାତ୍ରୀ ମାନେ ଯେଉଁଠି ରହୁଥିଲେ ସେହି ସ୍ଥାନକୁ କ୍ୱାରେଂଟାଇନ କେନ୍ଦ୍ର କରାଯିବ । ଏତଦ୍ ବ୍ୟତୀତ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅନ୍ୟ ସମସ୍ତ ନିୟମ ମଧ୍ୟ ପାଳନ କରାଯିବ । ନିୟମିତ ଜମ୍ମୁର ସଡକ ମାର୍ଗରୁ କେବଳ ୫୦୦ଶହ ଯାତ୍ରୀଙ୍କୁ ଯିବାକୁ ଅନୁମତି ମିଳିବ । ଶ୍ରଦ୍ଧାଳୁ ଆସିବାକୁ ଥିବା ମାର୍ଗରେ ନିୟୋଜିତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ପିପିଇ କିଟ, ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.

15 + twenty =