ସାର ଦୁର୍ନିତି ଅଭିଯୋଗରେ ଅଗ୍ରସେନ ଗେହଲଟଙ୍କ ବିରୋଧରେ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଅର୍ଥ ହଡପ ମାମଲା ରୁଜୁ

ଜୟପୁର- ସାର ଦୁର୍ନିତି ଅଭିଯୋଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବଡଭାଇ ଅଗ୍ରସେନ ଗେହଲଟଙ୍କ ବିରୋଧରେ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଅର୍ଥ ହଡପ ମାମଲା ବୁଧବାର ରୁଜୁ କରାଯାଇଛି । ଅଶୋକ ଗେହଳଟଙ୍କ ୪ ରାଜ୍ୟ ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ଥିବା ସମସ୍ତ ସମ୍ପତିକୁ ରେଡ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନର ୬ ଟି ସ୍ଥାନ, ଗୁଜୁରାଟର ଚାରି, ପଶ୍ଚିମବଙ୍ଗ ୨, ଦିଲ୍ଲୀର ଗୋଟିଏ ସ୍ଥାନରେ ଏହି ଦୁର୍ନିତି ଚାଲିଥିଲା । ପୂର୍ବତନ ସାଂସଦ ବଦ୍ରିରା ଝାକରଙ୍କ ବାସଭବନ ମଧ୍ୟ ରେଡ କରାଯାଇଥିଲା । ଅଶୋକ ଗେହେଲଟ ଅନୁପମ କିଷ୍ରିର ମାଲିକ ଥିବା ସମୟରେ ୭ କୋଟି ଟଙ୍କାର ଅର୍ଥ ହେରଫେର ହୋଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

twenty − two =