ଆସାମ- ଆସାମ ତିନିସୁକିଆ ଜିଲ୍ଲା ସ୍ଥିତ ବାଗଜାନ ତୈଳକୂପ ସ୍ଥିତି ଦିନକୁ ଦିନ ଭୟଙ୍କର ଆକାର ଧାରଣ କରୁଛି । ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସୁଥିବା ବିଶେଷଜ୍ଞ ମଧ୍ୟ ବିଫଳ ହେଲେଣି । ବୁଧବାର ଏହି ତୈଳକୂପରେ ହଠାତ ଏକ ବିସ୍ପୋରଣ ହେବାରୁ ସେଠାରେ କାର୍ଯ୍ୟରତ ୩ ବିଦେଶୀ ବିଶେଷଜ୍ଞ ଗୁରୁତର ଆହାତ ହୋଇଛନ୍ତି । ଗତ ମେ ୨୭ରେ ତୈଳକୂପର ପ୍ରେସର କଂଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା । ତୈଳକୂପର ଛିଦ୍ରକୁ ମରାମତି କରିବାକୁ ଅଏଲ ଇଣ୍ଡିଆ ପକ୍ଷରୁ ସିଂଗାପୁରର ଏକ କମ୍ପାନି ଆଲର୍ଟ ଡିଜାଷ୍ଟର କଂଟ୍ରୋଲକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏହି କମ୍ପାନୀ ୬ ଜଣିଆ ବିଶେଷଜ୍ଞ ଟିମ ଗତ ଜୁନ ୮ରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲେ । ଏହି ଦଳରେ ସିଂଗାପୁରର ୩, ଆମେରିକା ୨ ଓ କାନାଡାର ଜଣେ ନାଗରିକ ଥିଲେ ।