ଚେନ୍ନାଇ- କରୋନା ସଂକ୍ରମଣ ଦିନକୁ ଦିନ ଅଣାୟତ ହେବାରୁ ତାମିଲନାଡୁ ସରକାର ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ତେବେ ରବିବାର ସଂପୂର୍ଣ୍ଣ ରୂପେ ଲକଡାଉନ ପାଳନ କରାଯିବ । ମାତ୍ର ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୪,୧୧୪ ରହିଥିବା ବେଳେ ୧,୭୨,୮୮୩ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ୫୭,୪୯୦ ସକ୍ରିୟ ମାମଲା ରହିଛି । ୩୭୪୧ ଜଣଙ୍କ ମୃତ୍ୟୁ ହୋଇଛି ।