ଶିଳାନ୍ୟାସ ହେଲା ରାମ ମନ୍ଦିର


ଅଯୋଧ୍ୟା- ବହୁ ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଶିଳାନ୍ୟାସ ହେଲା ଅଯୋଦ୍ଧା ରାମ ମନ୍ଦିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଭୂମି ପୂଜା ପରେ ଶିଳାନ୍ୟାସ କାର୍ଯ୍ୟ ଆରମ୍ଭ ହୋଇଛି । ଶିଳାନ୍ୟାସ ପାଇଁ ସ୍ୱତନ୍ତ୍ର ରୁପା ଇଟା ସ୍ଥାପନ କରାଯାଇଛି । ଭୂମି ପୂଜନ ସମୟରେ ୯ ଟି ଇଟା ମଣ୍ଡପରେ ରଖାଯାଇଥିଲା । ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ରାମ ଭକ୍ତ ୧୯୮୯ ଇଟା ପଠାଇଥିଲେ । ପ୍ରାୟ ୨ ଲକ୍ଷ ୭୫ ହଜାର ଇଟା ଖଣ୍ଡ ମଧ୍ୟରୁ ୧୦୦ ଟି ଇଟାରେ ଜୟ ଶ୍ରୀରାମ ଲେଖା ଯାଇଛି । ଭୂମି ପୂଜନ ଶିଳାନ୍ୟାସ ପରେ ମୋଦୀ ପୂଜା ମଧ୍ୟ କରିଛନ୍ତି ।

Leave A Reply

Your email address will not be published.

3 × four =