ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଭିଡିଓକନଫରେନ୍ସ ଜରିଆରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ରକ୍ଷାବନ୍ଧନରେ ମହିଳାଙ୍କୁ ଏହି ଉପହାର ଦେଇଛନ୍ତି ବୋଲି ମୋଦୀ କହିଛନ୍ତି । ମଣିପୁରରେ ୧,୭୦୦ଗ୍ରାମରେ ୧ ଲକ୍ଷ ପରିବାର ଏହି ଜଳପ୍ରକଳ୍ପ ଦ୍ୱାରା ଉପକୃତ ହେବେ । ସମସ୍ତ ପଂଚାୟତରେ ଏହି ପ୍ରକଳ୍ପର ପରିକଳ୍ପନା ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଉଦଘାଟନି କାର୍ଯ୍ୟକ୍ରମରେ ମଣିପୁର ରାଜ୍ୟପାଳ ନଜାମ ହେପତୁଲା, ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ, ସାଂସଦ, ବିଧାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଗଞ୍ଜେନ୍ଦ୍ର ସିଖାୱାତ ଓ ଡ. ଜିତେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ସରକାରଙ୍କ ଦ୍ୱାରା ମଣିପୁରର ଉନ୍ନତି ହେଉଛି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ କହିଛନ୍ତି ।