ନୂଆଦିଲ୍ଲୀ- ଚୀନର ଆକ୍ରମଣ ମନୋଭାବ ବଢୁଥିବାରୁ ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ଦୀର୍ଘ ଦିନ ଧରି ଅଚଳବସ୍ଥା ରହିପାରେ ବୋଲି ଜଣାପଡିଛି । ବିଶେଷ କରି ଗଲୱାନ ଉପତ୍ୟକାରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ରହିପାରନ୍ତି ବୋଲି ଗୃହମନ୍ତ୍ରାଳୟ କାଗଜପତ୍ରରେ ଉଲ୍ଲେଖ ହୋଇଥିବା ନୋଟରୁ ଜଣାପଡିଛି । ଚୀନ ପିପୁଲ୍ସ ଲିବରେସନ ଆର୍ମି କୁଗ୍ରଙ୍ଗ ନଳା, ଗୋଗ୍ରା ଏବଂ ପାଙ୍ଗୋଙ୍ଗ୍ ସୋ ହଦ୍ରର ଉତର କୂଳ ମଧ୍ୟକୁ ଜୁନ୍ ୧୯ ଓ ୧୮ ତାରିଖରେ ପଶିଆସିଥିଲା ବୋଲି ଜଣାପଡିଛି । ଏହ ତଥ୍ୟ ଅଗଷ୍ଟ ୪ରେ ମନ୍ତ୍ରାଳୟ ୱେବସାଇଟରେ ଅପଲୋଡ କରାଯାଇଛି ।