ନୂଆଦିଲ୍ଲୀ- ଏଲଏସିରେ ପୁଣି  ବିଶ୍ୱାସ ଘାତକତା କଲା ଚୀନ । ଚୀନର ପାଙ୍ଗୋଙ୍ଗ ଝିଲ ନିକଟରେ   ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି । ବିବାଦୀୟ ଇଲାକାରେ  ଚୀନର  ଏପରି ଶକ୍ତି ପ୍ରଦର୍ଶନ ଯୋଗୁଁ ଉତେଜନା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏହି ଇଲାକାରେ ଚୀନ  ତାର ନୂଆ କ୍ୟାମ୍ପ ତିଆରି କରିବା  ଆରମ୍ଭ କରିବା ସହ କ୍ୟାମ୍ପରେ ଅତିରିକ୍ତ ସେନାଙ୍କୁ  ନିୟୋଜିତ କରାଯିବ । ଏତଦ୍ ବ୍ୟତିତ ପାଙ୍ଗୋଙ୍ଗ ଝିଲରେ ଅଧିକ ବୋଟ ରଖିବା ପାଇଁ ଚୀନ  ଉଦ୍ୟମ କରୁଛି ।  ଚୀନ ସେନା ପିପୁଲସ୍ ଲିବରେଶନ ଆର୍ମିର ନୌସେନା ଫିଙ୍ଗର-୫ ଏବଂ ଫିଙ୍ଗର-୬ ନିକଟରେ ଡେରା ପକାଇଛନ୍ତି ।  ସେହିଭଳି ଫିଙ୍ଗର ୫ରେ ପିଏଲଏର ୩ଟି ବୋଟ ଏବଂ ଫିଙ୍ଗର -ରେ ପିଏଲର ୧୦ ଟି ବୋଟ ଦେଖିବାକୁ ମିଳିଛି । ପ୍ରତି ବୋଟରେ ୧୦ ଜଣ ଲେଖାଏଁ ସୈନ୍ୟ ମୁତୟନ ଅଛନ୍ତି ।ଚୀନର ଏହି ଚାଲ ସାଟେଲାଇଟରେ ଦେଖିବାକୁ ମିଳିଛି ।