ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗୁରୁତ୍ୱ ପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ- ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଗୃହମନ୍ତ୍ରୀ ଅମିତ ଶାହା ରବିବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏବଂ ଏମ୍ସ ନିର୍ଦେଶକ ଡା. ରଣଦୀପ ଗୁଲେରିୟା ଉପସ୍ଥିତ ରହିଛନ୍ତି । ଦିଲ୍ଲୀରେ କୋଭିଡ-୧୯ ସ୍ଥିତି ମୁକାବିଲା କରିବା ହିଁ ବୈଠକର ମୁଖ୍ୟ ପ୍ରସଙ୍ଗ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରାରେ ବୃଦ୍ଧି ପାଉଛି ହସ୍ପିଟାଲରେ ସେହି ଅନୁପାତରେ ବେଡ ନାହିଁ । ଏହା ବର୍ତମାନ ସ୍ଥିତର ବଡ ସମସ୍ୟା । କରୋନାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ବୈଠକ ।

Leave A Reply

Your email address will not be published.

fifteen − 7 =