ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଭବନକୁ ୯୦ ଜଣ ଆମନ୍ତ୍ରଣ


ନୂଆଦିଲ୍ଲୀ- କୋଭିଡ-୧୯ ପରିସ୍ଥିତି ଯୋଗୁଁ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନକୁ ୯୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ । ପୂର୍ବରୁ ସ୍ୱାଧୀନତା ଦିବସରେ ୧୫୦୦ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯାଉଥିଲା । ତେବେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସଂଖ୍ୟାକୁ କମ୍ କରାଯାଇଛି । ଅଗଷ୍ଟ ୧୫ ଦିନ ରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ଆସିପାରିବେ ନାହିଁ । ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟ୍ ନିରାପତା କମିଟି ଏବଂ ଅଳ୍ପ କେତେକ ବରିଷ୍ଠ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ । ମନ୍ତ୍ରୀଙ୍କ ସଂଖ୍ୟା ୧୦ରୁ ଅଧିକ ହେବ ନାହିଁ । ସେହିପରି ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ, ଦିଲ୍ଲୀ ହାଇକୋର୍ଟର ମୁକ୍ୟ ବିଚାରପତି ଡିଏନ୍ ପଟେଲାଣ୍ଡ ଏବଂ ସୁପ୍ରିମ କୋର୍ଟର ଅଳ୍ପ କେତେକ ବରିଷ୍ଠ ବିଚାରପତିଙ୍କୁ ଆମନ୍ତ୍ରଣ କରାଯିବ । ଏଥର ସ୍ୱାଧୀନତା ସଂଗ୍ରାମୀଙ୍କୁ ଡକାଯାଇ ନପାରେ । ପ୍ରବେଶ ପଥରେ ଅତିଧିଙ୍କୁ ଥର୍ମୋମିଟର, ସାନିଟାଇଜର ଏବଂ ମାସ୍କ ଦ୍ୱାରା ସ୍ୱାଗତ କରାଯିବ ।

Leave A Reply

Your email address will not be published.

two × one =