ଷଷ୍ଠ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଦୂଆଦିଲ୍ଲୀ- ସମଗ୍ର ବିଶ୍ୱ ପାଳିଲା ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରାଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟ ବସ୍ତୁ ‘ଯୋଗ ଆଟ ହୋମ, ଯୋଗ ଉଇଥ ଫ୍ୟାମିଲି’ । ଅର୍ଥାତ୍ ସମସ୍ତେ ସାମାଜିକ ସମାବେଶରୁ ଦୂରେଇ ରହି ପରିବାର ସହିତ ଯୋଗ କରିବା । ଯୋଗରେ ପରିବାର ସଦସ୍ୟ ଏକାଠି ହେଲେ ସମଗ୍ର ଘରେ ଶକ୍ତି ବିସ୍ତାର କରିବ । ତେବେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଯୋଗର ଅନେକ ଆସନ ରହିଛି । ଏହା ଆମ ମାଂସପେଶୀ ଓ ଶାରୀରିକ କ୍ରିୟାକୁ ମଜବୁତ କରିଥାଏ । କୋଭିଡ-୧୯ ସାରା ବିଶ୍ୱକୁ ଆତଙ୍କିତ କରିଛି । ଏଭଳି ଘଟିସନ୍ଧି ମୁହୁର୍ତରେ ପ୍ରାଣାୟାମ ଏକାନ୍ତ ଆବଶ୍ୟକ । ଏଭଳି ମାରତ୍ମକ ଭାଇରସ ଆମର ଶ୍ୱାସକ୍ରିୟାରେ ଆକ୍ରମଣ କରେ ତେଣୁ ଲୋକମାନଙ୍କୁ ଦୈନଦିନ କାର୍ଯ୍ୟ ସହିତ ଯୋଗ କରିବା ଆବଶ୍ୟକ ।

Leave A Reply

Your email address will not be published.

11 + 19 =