ନୂଆଦିଲ୍ଲୀ- ୟୁଜିସି ଶେଷ ସେମିଷ୍ଟାର ପରୀକ୍ଷାକୁ ବାଧ୍ୟତା ମୂଳକ କରିବା ପାଇଁ ସୁପ୍ରମକୋର୍ଟରେ ୟୁଜିସି ପକ୍ଷରୁ ଏକ ପିଟିସନ ଦାୟ କରାଯାଇଥିଲା । ଅଗଷ୍ଟ ୧୪ ତାରିଖରେ ସୁପ୍ରିମକୋର୍ଟ ଏହି ଚ୍ୟାଲେଞ୍ଜ ଉପରେ ଶୁଣାଣି କରିବେ ବୋଲି ନିଷ୍ପତି ହୋଇଛି । ମହାମାରୀ କରୋନା ପାଇଁ ପୂର୍ବରୁ ମହାରାଷ୍ଟ୍ର ସରକାର ଓ ଦିଲ୍ଲୀ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଶେଷ ସେମିଷ୍ଟାର ଦେବା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ଅଛନ୍ତି । ତେଣୁ ପରୀକ୍ଷା ବନ୍ଦ ନକରିବାକୁ ସଲିସିଟର ଜେନାରାଲ ତୁଷାମେହେଟା କହିଛନ୍ତି । ସେପ୍ଟେମ୍ବର ୩୦ ତାରିଖରେ ପରୀକ୍ଷା କରିବା ପାଇଁ ୟୁଜିସି ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଥିଲା, କିନ୍ତୁ ଛାତ୍ରଛାତ୍ରୀ ଏହି ସମୟରେ ପରୀକ୍ଷା ଦେବା ପାଇଁ ଅସମର୍ଥ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ତାରିଖ ଧାର୍ଯ୍ୟ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ ।