ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରି ଆସୁଥିବା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନା ମୁକାବିଳା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି । ଅବଶ୍ୟ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନସୃତ ପ୍ରକ୍ରିୟାରୁ ସାଢେ ପାଂଚ ଲକ୍ଷ କେସ୍ ର ସମାଧାନ ହୋଇଛି । ପ୍ରଧାନମନ୍ତ୍ରୀ କୈାଣସି କାମ କରିବା ପୁର୍ବରୁ ବହୁତ ଥର ଚର୍ଚା କରନ୍ତି । ଦିଲ୍ଲୀରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଟା ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ସହ ଲୋକଙ୍କ ବିପଦ ସମୟରେ ତାଙ୍କ ସହ ଛିଡା ହୋଇଛନ୍ତି । ବହୁ ଲୋକ ବାହାର ଦେଶରୁ ଫେବୃଆରୀ ରୁ ମାର୍ଚ ମଧ୍ୟରେ ବିନା ଟେଷ୍ଟରେ ଆସିବାରୁ କରୋନା ଭାଇରସ୍ ଦେଶରେ ବଢିଗଲା । କେହି ଜଣେ ବ୍ୟକ୍ତି ଏ ଲଢେଇରେ ଏକା ଜିତିପାରିବନି ଭାବି ଆମେ କେନ୍ଦ୍ରର ସହାୟତା ମାଗିଥିଲୁ । କେନ୍ଦ୍ର ସରକାରଙ୍କ ସହାୟତାରେ ପ୍ରତିଦିନ ୨୦ ହଜାର ଲୋକ ଏଲ୍.ଏନ୍.ଯେ.ପି ଡାକ୍ତରଖାନାରେ ଟେଷ୍ଟ ହେଉଛନ୍ତି । ଏବେ ସ୍ଥିତିରେ ଟିକେ ସୁଧାର ଆସିଛି ବୋଲି କହିଛନ୍ତି ଦିଲ୍ଲୀ ସରକାର ।