ନୂଆଦିଲ୍ଲୀ : ଲଦାଖର ଗିଲୱାନ ଘାଟିରେ ମୁତୟନ ଭାରତୀୟ ସୁରକ୍ଷା ବାହୀନି ଉପରେ ଆକ୍ରମଣ କରିବା ପାଇଁ ଚୀନ ସରକାର ନିର୍ଦ୍ଦେଶ ଦେଇଥିଲେ ବୋଲି ଆମେରିକା ଗୁଇନ୍ଦା ରିପୋର୍ଟରୁ ଜଣା ପଡ଼ିଛି । ଗତ ୧୫ ତାରିଖ ଦିନ ଦୁଇ ଦେଶ ସୁରକ୍ଷା ବାହୀନି ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୨୦ ଭାରତୀୟ ସୈନ୍ୟ ନିହତ ହୋଇଥିବା ବେଳେ ଚୀନର କେତେ ସୈନ୍ୟ ମୃତ୍ୟୁ ବରଣ କରିଛନ୍ତି ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହା ପ୍ରଘଟ କଲେ ଦୁଇ ଦେଶ ମଧ୍ୟରେ ଉତେଜନା ବଢିବ ବୋଲି ଆଶଙ୍କା କରି ଚୀନ ନିହତ ସୈନ୍ୟଙ୍କ ପ୍ରକୃତ ସଂଖ୍ୟା ଜଣାଇବାକୁ ଚାହୁଁ ନାହିଁ ବୋଲି ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ଗ୍ଲୋବାଲ ଟାଇମ୍ସ ସୂଚନାରୁ ପ୍ରକାଶ ।