ନୂଆଦିଲ୍ଲୀ : ଜୁନ ୪ ତାରିଖରୁ ସିବିଆଇ କୋର୍ଟ ସିଆରପିସିର ଧାରା ୩୧୩ ଅନୁଯାୟୀ ବାବ୍ରୀ ମସଜିଦ ଧ୍ବଂସ ଘଟଣାରେ ଅଭିଯୁକ୍ତମାନଙ୍କ ବକ୍ତବ୍ୟ ରେକର୍ଡ କରିବ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବିଜେପିର ବରିଷ୍ଠ ନେତା ଏଲ କେ ଆଡ୍ୱାଣୀ, ମୁରଲୀ ମନୋହର ଯୋଶୀ, ଉମାଭାରତୀ। ଗୁରୁବାର ସ୍ବତନ୍ତ୍ର ସିବିଆଇ ଜଜ ଏସ କେ ଯାଦବ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଉପସ୍ଥିତ କରିବାକୁ କୁହାଯାଇଛି। କରୋନା ସ୍ଥିତିରେ ଅଭିଯୁକ୍ତଙ୍କୁ କୋର୍ଟକୁ ଡକାଯିବ ନା ଭିଡିଓ କନଫରେନସିଂ ଜରିଆରେ ମତ ନିଆଯିବ, ତାହା ଜଣାପଡିନାହିଁ।