ନୂଆଦିଲ୍ଲୀ- ଡାଲି ଜାତୀୟ ଶସ୍ୟ ଓ ତୈଳ ବୀଜ ସାମଗ୍ରୀକୁ ନିୟନ୍ତ୍ରଣ ମୁକ୍ତ କରିଛନ୍ତି ସରକାର । ସେହିପରି ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦିଆଇଛି । ଖାଦ୍ୟ ଶସ୍ୟ ଅମଳ ଓ ନିଅଟିଂଆ ସମୟରେ ଦର ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି । କେବଳ ଜରୁରୀ ପରିସ୍ଥିତି, ମରୁଡି ଓ ଯୁଦ୍ଧ ସମୟ ବ୍ୟତିତ ଅନ୍ୟ ସମୟରେ ସରକାର ଆଳୁ, ପିଆଜର ବଜାର ଦର ନିର୍ଦ୍ଧାରଣ କରିବେ ନାହିଁ । ଆଳୁ ପିଆଜ ସମେତ ଅନ୍ୟ ଖାଦ୍ୟ ,ଶସ୍ୟ ଦର ନିର୍ଦ୍ଧାରଣ ନିୟନ୍ତ୍ରଣ ମୁକ୍ତ ହେବା ଫଳରେ ଚାଷୀ ମାନେ ଉଚିତ ମୂଲ୍ୟ ପାଇପାରିବେ । ଏତତ୍ ବ୍ୟତିତ ପୁଞ୍ଜିନିବେଶ ଓ ପ୍ରତିଯୋଗୀତା ବୃଦ୍ଧି ପାଇବ ।