ସାବଧାନ୍‌! ସୌଚାଳୟ ପାଇପ୍‌ ମାଧ୍ୟମ ଦେଇ ବ୍ୟାପିପାରେ କରୋନା

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ବିତୀୟ ଲହର ଦେଶର ବହୁ ଧନ ଜୀବନ ନଷ୍ଟ କରିବା ସହିତ ଏହା ଏକ ବିରଟ ଆତଙ୍କ ସୃଷ୍ଟି କରିଛି । ଏହାର ତୃତୀୟ ଲହର ଆସିପାରେ ବୋଲି ମଧ୍ୟ ସମ୍ଭାବନା ରହିଛି । ଏ ପରି ସ୍ଥିତିରେ ବୈଜ୍ଞାନିକ ମାନେ ଏ ନେଇ ବହୁ ତଥ୍ୟ ସଂଗ୍ରର କରିଛନ୍ତି । ଯାହାକି କରୋନା ସଂକ୍ରମଣର ମାଧ୍ୟମକୁ ନେଇ ରିସର୍ଚ କରାଯାଇଛି ଯେ, ଜଣେ ସଂକ୍ରମିତ ବ୍ୟକ୍ତି ଛିଙ୍କିବା ବା କାଶିବା ସମୟରେ ଏହି ଭୂତାଣୁ ବାୟୁ ମାଧ୍ୟମ ଦେଇ ଜଣେ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ପ୍ରବେଶ କରିଥାଏ । ତେବେ ବର୍ତ୍ତମାନ ଆଉ ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଛି  ଯେ, କରୋନା ଭୂତାଣୁ ଘରର ଶୌଚାଳୟ ପାଇପ୍‌ ମାଧ୍ୟ ଦେଇ ଅନ୍ୟ ବ୍ୟକ୍ତିଙ୍କ ନିକଟକୁ ଯିବାର ସମ୍ଭାବନା ରହିଛି । ଏନେଇ ହାର୍ଭାର୍ଡ ୟୁନିଭାସିଟିର ଟିଏଚ୍‌ ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ହେଲ୍ଦି ବିଲ୍ଡିଂ ପ୍ରୋଗ୍ରାମର ନିର୍ଦ୍ଦେଶକ ଜୋସେଫ୍‌ ଜିଏଲ୍‌ଏନ୍‌ କହନ୍ତି ଯେ, ଆମେ ଶୌଚାଳୟର ଫ୍ଲସ୍‌ ମାରିବା ମାତ୍ରେ ପ୍ରତି କ୍ୟୁବିକ୍‌ ମିଟର ବାୟୁରେ 10ଲକ୍ଷ କଣିବା ମିଳିଥାଏ । ସମସ୍ତ ଶୌଚାଳୟରେ ତ ଭୂତାଣୁ ନଥାଏ,ହେଲେ ସର୍ବସାଧାରଣ ଶୌଚାଳୟ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହା ବିପଦ ହୋଇପାରେ । ଅର୍ଥାତ ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ଶୋଚାଳୟ ମାଧ୍ୟମରେ ଜଣେ ସୁସ୍ଥ ବ୍ୟକ୍ତିକୁ ଏକା ସଂକ୍ରମିତ ହେହାର ଆଶଙ୍କା ରହିଛି । ଏହି ପରିସ୍ଥିତିରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିବ ଯେ, କରୋନା ଭୂତାଣୁ ସୋସାଇଟିରେ ଥିବା ଏକ ଫ୍ଲାଟ୍‌ର ଗୋଟିଏ ଶୌଚାଳୟରୁ ଅନ୍ୟ ଶୌଚାଳୟକୁ ବିସ୍ତାର ହୋଇଥିବା ପାଇପ୍‌ ଯୋଗେ ବ୍ୟାପିପାରେ କି? ଏହି ପ୍ରଶ୍ନର ଉତ୍ତରରେ ହଂକଂର ଏକ ବିଲ୍ଡିଂର ଉଦାହରଣ ଦିଆଯାଇଥିଲା । 2003 ରେ ହଂକଂରେ ଥିବା ଅର୍ମାୟ ଗାର୍ଡେନରେ ସାର୍ସ ନାମକ ଏକ ରୋଗ ବ୍ୟାପିଥିବା ଘଟଣା ସାମ୍ନାକୁ ଆସିଥିଲା । 50 ମହଲା ବିଶିଷ୍ଟ ଅର୍ମାୟ ଗାର୍ଡେନରେ 342 ଜଶ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ । ଏହି ସାର୍ସ ମହାମାରୀ ହେତୁ ବିଲ୍ଡିଂରେ 42 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଏଥିରେ ବୈଜ୍ଞାନିକ ମାନେ ମତ ରଖିଥିଲେ ଯେ, ଏଠାରେ ଏକ ବିଲ୍ଡିଂର ଥିବା ପ୍ଲମ୍ବିଂ ସିଷ୍ଟମ ମାଧ୍ୟମରେ ଭୂତାଣୁ ସଂକ୍ରମିତ ହୋଇଥିଲା ।

Leave A Reply

Your email address will not be published.

eighteen + 5 =