ଆମେ ଦେବୁ ଟଙ୍କା , ମଦ ଦୋକାନ ବନ୍ଦ କର

ବେଙ୍ଗାଲୁର:ରାଜ୍ୟ ଏବଂ ଦେଶରେ ମଦ ଦୋକାନ ଖୋଲିବାକୁ ଅଭିନବ ଉପାୟରେ ତୀବ୍ର ବିରୋଧ କରିଛନ୍ତି କର୍ଣ୍ଣାଟକ ମହିଳା । ସେମାନେ ସରକାରଙ୍କ ୁ ଟଙ୍କା ଦେବେ ଓ ମଦ ଦୋକାନ ବନ୍ଦକରିବାକୁ ନିବେଦନ କରିଛନ୍ତି । ଲକ୍ଡ଼ାଉନ୍ ଯୋଗୁଁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଯାଇଥିବା ଯୋଗୁଁ ଅଧିକ ରାଜସ୍ୱ ସଂଗ୍ରହ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ।ମାତ୍ର ମଦ ଦୋକାନ ଖୋଲିବା ପରେ ପାରିବାରିକ ଅଶାନ୍ତି ଓ ନାରୀ ନିର୍ଯାତନା ବଢିଚାଲିଛି ।ଲକ୍ଡ଼ାଉନ ସମୟରେ ମଦ ବିକ୍ରି ଉପରେ ଲାଗିଥିଲା ରୋକ୍ । ତେଣୁ ଘରୋଇ ହିଂସା ଯଥେଷ୍ଟ ହ୍ରାସ ପାଇଥିଲା । ।ମଦ ଦୋକାନ ଖୋଲା ଯିବା ପରେ ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇଛି । ତେଣୁ ମେ ୧୮ତାରିଖରୁ ୧୨ହଜାରରୁ ଅଧିକ ମହିଳା ୫ରୁ ୫୦ ଟଙ୍କା ଲେଖାଏଁ ସଂଗ୍ରହ କରି ମହିଳାମାନେ କର୍ଣ୍ଣାଟକ ମୂଖ୍ୟମନ୍ତ୍ରୀ ବିଏସ୍ ୟେଦୂରପ୍ପାଙ୍କ ନିକଟକୁ୧୨ହଜାର ଟଙ୍କା ପଠାଇଛନ୍ତି । ବାଗାଲକୋଟ , ରଇଚୁର, ମହୀଶୂର ,ବଲ୍ଲାରୀ ,ୟାଦଗିର ଓ ବିଦାର ଗାଁର ମହିଳାମାନେ ପ୍ରତି ସୋମବାର ସରକାରଙ୍କ ନିକଟକୁ ଟଙ୍କା ପଠାଇ ରାଜ୍ୟରେ ମଦ ବିକ୍ରି ବନ୍ଦ୍ କରିବକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

nineteen − 1 =