ନିଲାମ ହେବ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ

ନୂଆଦିଲ୍ଲୀ- ବଲିଓଡ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ ନିଲାମ ହେବ । ଅଗଷ୍ଟ ୧୫ ତାରିଖରୁ ଅନଲାଇନରେ ନିଲାମ ଆରମ୍ଭ ହୋଇଛି । ଏହା ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ । ଯେଉଁ ମାନେ ନିଲାମରେ ଭାଗ ନେବାକୁ ଇଛୁକ ସେମାନେ ଗୁଗୁଲ ଫର୍ମସରେ ଆବେଦନ କରିପାରିବେ ବୋଲି ସାବତ ଏକ୍ସପୋର୍ଟ ପ୍ରଇଭେଟ ଲିମିଟେଡର ପ୍ରତିଷ୍ଠାତା ଅନୀତା ସାବତ ଓ ଅମ୍ରିତା ସାବତ କହିଛନ୍ତି । ନିଲାମରୁ ଯେଉଁ ଅର୍ଥ ଆଦାୟ ହେବ ତାକୁ ବୁଣାକାର ଭାଗବତ ମେହରଙ୍କୁ ଦିଆଯିବ । ବିଦ୍ୟା ବାଲାନ ପିନ୍ଧିଥିବା ଏହି କଳା ଶାଢୀରେ ଖୁବ୍ ଆକର୍ଷଣୀୟ ଦେଖାଯାଉଥିଲେ । ଯାହାଫଳରେ ଶାଢୀର ମୂଲ୍ୟ ମଧ୍ୟ ବଢିଯାଇଥିଲା । ବିଦ୍ୟା ନିଜେ ମଧ୍ୟ ଶାଢୀର ଡିଜାଇନକୁ ବହୁତ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

eight − one =