ମହାକାଶରୁ ଖସିବା ପରେ ମହାସାଗରରେ ପଡ଼ିଲା ଚୀନ୍ ପକ୍ଷରୁ ଛଡ଼ାଯାଇଥିବା ରକେଟ୍ ଲଙ୍ଗମାର୍ଚ୍ଚ-5ବି। ଏନେଇ ସମ୍ବାଦ ସରବରାହ ସଂସ୍ଥା ରଏଟର ପକ୍ଷରୁ ସୂଚନା ମିଳିଛି ।ଚୀନ୍ର ଏହି ସବୁଠୁ ବଡ଼ ରକେଟଟି ମହାସାଗରରେ ପଡ଼ିବା ପୂର୍ବରୁ ଅଧୀକାଂଶ ଭାଗ ଜଳିଯାଇଥିଲା । ମହାକାଶରୁ ଖସିବା ସମୟରେ ଯେତେବେଳେ ଏହା ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିଥିଲା ସେହି ସମୟରେ ରକେଟ୍ରେ ନିଆଁ ଲାଗି ତାହାର ଅଧାକଂଶ ଭାଗ ଜଳିଯାଇଥିବା ସୂଚନା ମିଳିଛି । ଚୀନ୍ର ସବୁଠାରୁ ବଡ଼ ରକେଟ୍ ଲଙ୍ଗ୍ ମାର୍ଚ୍ଚ-5ବି କିଛି ଦିନ ତଳେ ମହାକାଶରେ ନିୟନ୍ତ୍ରଣ ହୋଇଥିଲା ଏହି ସ୍ପେସ୍ ମେଡିଲ୍ । ଏହାପରେ ତାହା ତଳକୁ ଖସିବାରେ ଲାଗିଥିଲା । ତାହା କେଉଁଠାରେ ପଡ଼ିବ ତହାକୁ ନେଇ ମହାକାଶ ବିଜ୍ଞାନି ମାନେ ଚିନ୍ତାରେ ଥିଲେ । ଏବେ ସେହି ରକେଟ୍ର ଭଗ୍ନାବଶେଷ ମହାସାଗରରେ ପଡ଼ିଥିବାରୁ ସମସ୍ତେ ଏକ ପ୍ରକାର ଆସ୍ବସ୍ଥ ହୋଇଛନ୍ତି ।