କରୋନାକୁ ନେଇ ଶ୍ୱେତପତ୍ର ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ମହମାରୀ କରୋନାକ୍‌ୁ ନେଇ ଶ୍ୱେତପତ୍ର ଜାରି କଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଶ୍ୱେତପତ୍ରରେ ତୃତୀୟ ଲହରର ମୁକାବିଲା ପାଇଁ ସରକାରଙ୍କୁ ସତର୍କ କରିବା ସହ କେତେକ ପ୍ରସ୍ତାବ ଦେଇଛନ୍ତି ରାହୁଲ । କହିଛନ୍ତି ଦ୍ୱିତୀୟ ଲହରକୁ ନେଇ ବୈଜ୍ଞାନିକମାନେ ସରକାରଙ୍କୁ ସତର୍କ କରିଥିଲେ । କିନ୍ତୁ ସରକାର କୌଣସି ପଦକ୍ଷେପ ନେଇ ନଥିଲେ । ସାରା ଦେଶ ଜାଣିଛି ତୃତୀୟ ଲହର ଆସୁଛି । କିନ୍ତୁ ପୁଣି ସେହିଭଳି ଭୁଲ କରୁଛନ୍ତି । ସରକାରଙ୍କ ଦ୍ୱାରା ଦ୍ୱିତୀୟ ଲହରର ଆସିବା ପୂର୍ବରୁ ବେଡ ଅକ୍ସିଜେନର ଯେଉଁଭଳି ବ୍ୟବସ୍ଥା କରାଯାଇନଥିଲା, ତୃତୀୟ ଲହର ଆସିବା ପୂର୍ବରୁ ସେସବୁର ବ୍ୟବସ୍ଥା କରାଯିବା ଆବଶ୍ୟକ ।ଏଥିସହ କରୋନାରେ ଯେଉଁ ଲୋକଙ୍କ ମୃତ୍ୟୁ ହେଉଛି ସେମାନଙ୍କ ପରିବାରବର୍ଗକୁ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି ରାହୁଲ । ତେବେ ଗତକାଲି ଭଳି ସବୁ ଦିନ ଟିକାକରଣକୁ ବ୍ୟାପକ କରିବାକୁ ସେ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ତତ୍ ସହିତ ଜୀବିକା ହରାଇଥିବା ଗରିବଙ୍କୁ ଆର୍ଥୀକ ସାହାର୍ଯ୍ୟ ଦେବା ଲାଗି ଶ୍ୱେତପତ୍ରରେ କୁହାଯାଇଛି ।

Leave A Reply

Your email address will not be published.

twenty + fifteen =