ନୂଆଦିଲ୍ଲୀ : ବିଭିନ୍ନ ସ୍ଥାନରୁ ପ୍ରବାସୀ ମାନେ ଫେରିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ବର୍ତମାନ ଦେଶର ୯୮ଅନୁନ୍ନତ ଜିଲ୍ଳାରେ କରୋନା ସ୍ଥିତି ଗମ୍ଭୀର । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩୦୬ ଜଣ ମୃତ୍ୟୁ ମୂଖରେ ପଡ଼ିଥିବାବେଳେ ପୁଣି ୧୫,୪୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଉପକୂଳବର୍ତି ରାଜ୍ୟ ଗୋଆରେ ପ୍ରଥମ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କରୋନାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡ଼ିଛି ।