କରୋନା ରିଲିଫ୍‌ ଫଣ୍ଡକୁ 30 କୋଟି ଦେଲେ ଆଇପିଏଲ୍‌ ସନରାଇଜର୍ସ ହାଇଦ୍ରାବାଦର ମାଲିକ

ନୂଆଦିଲ୍ଲୀ: କରୋନାର ଏହି ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ରିଲିଫ୍‌ ଫଣ୍ଡକୁ ଆଇପିଏଲ୍‌ର ଫ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦ ମାଲିକ ସନ୍‌ ଟିଭି ପକ୍ଷରୁ ସୋମବାର 30 କୋଟି ଟଙ୍କା ପ୍ରଦାନ କରାଯାଇଛି । କରୋନା ସଂକ୍ରମଣର ଏହି ଦ୍ବତୀୟ ଲହରରେ ଅଧିକାଂଶ ରାଜ୍ୟ ସଂଘର୍ଷ କରୁଥିବା ବେଳେ, ଦୈନିକ 4 ହଜାର ଲୋକଙ୍କ ମୃତ୍ୟୁ ହେଉଛି । ସନ ଟିଭି ନେଟଓ୍ବର୍କ କରୋନାର ଏହି ଦ୍ବିତୀୟ ଲହର ଦ୍ବାରା ପ୍ରଭାବିତଙ୍କ ପାଇଁ 30 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ସନରାଇଜର୍ସ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ତେବେ ଏହି ଅର୍ଥକୁ ପ୍ରଥମତଃ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରାଯିବ । ଦ୍ବିତୀୟରେ ଅକ୍ସିଜେନ ସିଲିଣ୍ଡର, ମେଡିସିନ ଓ ଗୁରୁତ୍ବପୁର୍ଣ୍ଣ ସରଞ୍ଜାମ ଯୋଗାଉଥିବା ଏନ୍‌ଜିଓକୁ ପ୍ରଦାନ କରାଯିବ । ଏନେଇ ଗଣମାଧ୍ୟମ ଚ୍ୟାନେଲ୍‌ ଦ୍ବାରା ଟିଭି ଦର୍ଶକଙ୍କୁ ସଚେତନ କରାଯିବା ବୋଲି 2016 ଆଇପିଏଲ୍‌ ଚାମ୍ପିୟନ ଦଳ ଅକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

eight + 12 =