କୋଭିଡ ରୋଗୀଙ୍କ ଜୀବନ ବଂଚାଇପାରିବ ଷ୍ଟେରଏଡ

ଦିଲ୍ଲୀ- ଗୁରୁତର ଅସୁସ୍ଥ କୋଭିଡ ରୋଗୀଙ୍କ ପାଇଁ ସହାୟକ ହୋଇପାରିବ ଷ୍ଟେରଏଡ । କ୍ଳିନିକାଲ ଟେଷ୍ଟରୁ ନିଶ୍ଚିତ ହୋଇଛି ଶସ୍ତା ଓ ସହଜରେ ଉପଲବ୍ଧ ଷ୍ଟେରଏଡ ଗୁରୁତର କୋଭିଡ ରୋଗୀଙ୍କ ଜୀବନ ବଂଚାଇପାରିବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ନୂଆ ଚିକିତ୍ସା ଗାଇଡଲାଇନ ଜାରି କରିଛି । ଏଥିରେ କେବଳ ଗୁରୁତର ଅସୁସ୍ଥଙ୍କ ପାଇଁ ବ୍ୟବହାର କରିବା ପାଇଁ ଅନୁମତି ରହିଛି । କିନ୍ତୁ ସାମାନ୍ୟ ଲକ୍ଷଣ ଥିଲେ ଏହାକୁ ବ୍ୟବହାର କରିପାରିବେ ନାହିଁ । ୧,୭୦୦ରୁ ଉର୍ଦ୍ଧ୍ୱ ରୋଗୀଙ୍କଠାରେ ୩ ପ୍ରକାର ଷ୍ଟେରଏଡ ଟ୍ରାଏଲ କରାଯାଇଛି । ୩ଟି ଯାକ ଟ୍ରାଏଲ ସଫଳ ହୋଇଛି ।

Leave A Reply

Your email address will not be published.

15 + 18 =