ବିଜୟୱାଡା- ଆନ୍ଧ୍ରପ୍ରଦେଶ ବିଜୱାଡା କୋଭିଡ କେୟାର ସେଂଟର ସାଜିଥିବା ଏକ ହୋଟେଲରେ ନିଆଁ ଲାଗି ମୃତ୍ୟ ବରଣ କରିଥିବା ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ କ୍ଷତି ପୂରଣ ଘୋଷଣା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ତେବେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ହେଲା ସେ ବିଷୟରେ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ସହାୟତା ଯୋଗଇ ଦେବାକୁ କହିଛନ୍ତି ।