ନୂଆଦିଲ୍ଲୀ- ଏଣିକି ଡିଉଟି ସମୟରେ ସ୍ମାର୍ଟଫୋନ ବ୍ୟବହାର କରିପାରିବେନି ସିଆରପିଏଫ ଯବାନ ଓ ସାଧାରଣ ଅଧିକାରୀ । ସିଆରପିଏଫ ପକ୍ଷରୁ ଏନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି । ଗାଇଡଲାଇନ ଅନୁଯାୟୀ ସ୍ମାର୍ଟଫୋନରେ ଭିଡିଓ ରେକର୍ଡିଂ ସହ ଅନ୍ୟାନ୍ୟ ବିଷୟ ରେକର୍ଡ ହୋଇପାରୁଥିବାରୁ ସୁରକ୍ଷା ଦୃଷ୍ଟିରୁ ସିଆରପିଏଫ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବିଶେଷ କରି ଯବାନ ମୁତୟନ ହୋଇଥିବା ସ୍ଥାନ, କପଫରେନ୍ସ ହଲ ଓ ଅପରେସନ ରୁମକୁ ଫୋନ ନେଇପାରିବେ ନାହିଁ । ଯଦି କେହି ଫୋନ ଧରି ଅଫିସକୁ ଆସଛି ତେବେ ସେ କାଉଂଟରରେ ଜମା କରିବାକୁ ପଡିବ ।