୫ ଦିନରେ ୪୩ ହଜାର ସାଇବର ଆଟାକ

ନୂଆଦିଲ୍ଲୀ: ଲାଦାଖ ସଂଘର୍ଷ ପରେ ଚାଇନା ପକ୍ଷରୁ ଆରମ୍ଭ ହୋଇଛି ସାଇବର ଆଟାକ । ପୂର୍ବ ୫ ଦିନ ମଧ୍ୟରେ ୪୩ ହଜାର ଥର ଭାରତକୁ ସାଇବର ଆକ୍ରମଣ କରିଛି ଚାଇନା । ଭାରତର ପ୍ରତିଷ୍ଠିତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ୱେବ ଏବଂ ବ୍ୟାଙ୍କିଂ ସେକ୍ଟରକୁ ହ୍ୟାକ କରିବାକୁ ଚେଷ୍ଟା ଚଳାଇଛନ୍ତି ଚାଇନା ହ୍ୟାକରମାନେ । ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସାଇବର ୱିଙ୍ଗର ସ୍ପେଶାଲ ଇନସପେକ୍ଟର ଜେନେରାଲ ଅଫ ପୁଲିସ ୟଶ୍ୱଭୀ ଯାଦବ । ଚାଇନାର ଚେନଗୁଡ଼ରୁ ଅଧିକାଂଶ ହ୍ୟାକର ଏଭଳି କରୁଥିବା ତଥ୍ୟ ଦେଇଛି ମହାରାଷ୍ଟ୍ର ସାଇବର ୱିଙ୍ଗ । ଭାରତୀୟ ଇଂଟରନେଟ ବ୍ୟବହାରକାରୀ ସତର୍କ ରହିବା ଆବଶ୍ୟକ ବୋଲି ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

eighteen − 17 =