ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କଣ୍ଟିଆପଡା ନିକଟ ଜହ୍ନେଇ ନାଳରେ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି । ଗ୍ରାମର କିଛି ଲୋକ ନାଳରେ ଶବ ଭାସୁଥିବା ଦେଖି ତୁରୁମୁଙ୍ଗା ପୁଲିସ ଓ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟକ୍ତି ଜଣକର ବୟସ ପାଖାପାଖି ୪୫ ରୁ ୫୦ ଭିତରେ ଅନୁମାନ କରାଯାଉଛି। ତେବେ ବ୍ୟକ୍ତି ଜଣକ ସମ୍ପୁର୍ଣ୍ଣ ଉଲଗ୍ନ ଥିବାରୁ ଘଟଣା ପଛରେ କୌଣସି ରହସ୍ୟ ଥିବା ଅନୁମାନ କରାଯାଉଛି।