ନୂଅଦିଲ୍ଲୀ- ଏଣିକି ବିିଭନ୍ନ ମନ୍ତ୍ରାଳୟ,ବିଭାଗ, ସ୍ୱୟଂଶାସିତ ସଂସ୍ଥାରେ ଛାପା ବନ୍ଦ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଏହା ବଦଳରେ ଡିଜିଟାଲ ଡକୁମେଣ୍ଟ ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି । ବିଶେଷ କରି ୱାଲ କ୍ୟାଲେଣ୍ଡର, ଡେସ୍କଟପ କ୍ୟାଲେଣ୍ଡର, ଡାଏରୀ, ଫେଷ୍ଟିଭାଲ କାର୍ଡ ବଦଳରେ ଏହା ଅନଲାଇନରେ କରାଯିବ । ସେହପିରି ଟେବୁଲ ବୁକ୍ସ ବଦଳରେ ଇ-ବୁକ୍ସର ପ୍ରଚଳନ ଓ ଏହାର ପ୍ରସାର ହେବ । ଛପା ବାବଦରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଥିଲା ତାହା ବନ୍ଦ ହେବ ଓ ଡିଜିଟାଲ ମାଧ୍ୟମରେ ଏହା ଲୋକଙ୍କ ପାଖରେ ପଂହଚିବ । ଏନେଇ ଅର୍ଥ ବିଭାଗ ପକ୍ଷରୁ ଏକ ଚିଠି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, କ୍ୟାବିନେଟ ସଚି, ନୀତି ଆୟୋଗର ସିଇଓ, ସମସ୍ତ ଆର୍ଥିକ ଉପଦେଷ୍ଟା ସମେତ ସମସ୍ତ ମନ୍ତ୍ରାଳୟ ଓ ବିଭାଗର ସଚିବ ଓ ମୁଖ୍ୟଙ୍କୁ ଜାରି କରାଯାଇଛି ।