ଦୋମୁଁହା ଡ଼୍ରାଗନ

ନୂଆଦିଲ୍ଲୀ : ଭାରତ-ଚୀନ କମାଣ୍ଡରସ୍ତରୀୟ ଆଲୋଚନାରେ ଉଭୟ ପକ୍ଷର ସେନା ପଛକୁ ହଟିବା ପାଇଁ ସହମତି ପ୍ରକାଶ କରିଥିଲେ । ତେବେ ଚୀନ ସଂମ୍ପୂର୍ଣ୍ଣ ଓଲଟା ପଦକ୍ଷେପ ଗ୍ରହଣ କରି ସେନା ହଟାଇବା ପରିବର୍ତେ ସୀମାରେ ସେନା ମୁତୟନ ବଢାଇ ସମସ୍ତ ନିୟମ ଉଲଂଘନ କରିଛି । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ପ୍ରାୟ ୧୦ ହଜାର ସୈନ୍ୟ ସହ ବହୁ ସଂଖ୍ୟାରେ ଟ୍ୟାଙ୍କ ଓ ତୋପ ମୁତୟନ କରିଛି ।ଗଲୱାନରେ ବଡ଼ ଧରଣର ସଂଘର୍ଷ ପାଇଁ ଚୀନ ପ୍ରସ୍ତୁତ ହେଉଥିବା ଏଥିରୁ ସ୍ପଷ୍ଟ ହୋଇଛି । ଗତ ୨୩ ତାରିଖ ଅପରାହ୍ନରୁ ଚୀନ ନିଜର ରଣ ସଜା ଅଭିଯାନ ଆରମ୍ଭ କରିଛି । ତେବେ ଚୀନକୁ ଜବାବ ଦେବା ପାଇଁ ଭାରତ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଚୀନର ଦ୍ୱୈତ ମନୋଭାବ ଦୁଇଦେଶ ସମ୍ପର୍କକୁ ତିକ୍ତ କରିବ ବୋଲି ଭାରତ ଚେତାଇ ଦେଇଛି । ଅନ୍ୟପକ୍ଷରେ ଭାରତର ବୈଦେଶିକ ବିଭାଗ ଏବଂ ଗଣମାଧ୍ୟମ ଭୁଲ ତଥ୍ୟ ଦେଉଛି ବୋଲି ଚୀନ୍ ଅଭିଯୋଗ କରିଛି ।

Leave A Reply

Your email address will not be published.

6 − 2 =