୩ ଦିନ ପାଣିରେ ରହିଲା ଗର୍ଭବତୀ ହାତୀ

କେରଳ-ଦକ୍ଷୀଣ ଭାରତର କେରଳରେ ଏକ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ରଖି ଖାଇବାକୁ ଦିଆଯିବାରୁ ହାତୀଟିର ମୃତ୍ୟୁ ହୋଇଛି । ବିଶେଷ ସୁୁତ୍ରରୁ ଜଣା ପଡିଛି ଯେ କିଛି ଅସାମାଜିକ ଲୋକ ସପୁରୀ ଭିତରେ ବାରୁଦ ଭର୍ତି କରି ହାତୀଟିକୁ ଖାଇବାକୁ ଦେଇଛନ୍ତି । ଜଙ୍ଗଲ ବିଭାଗର କହିବା ଅନୁସାରେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ସେ ବେଲିୟାର ନଦୀ ମଧ୍ୟରେ ୩ ଦିନ ଧରି ପାଣି ମଧ୍ୟରେ ମୁହଁ ଏବଂ ଶୁଣ୍ଢ ବୁଡାଇ ଛିଡାହୋଇ ରହିଥିଲା ତେଣୁ କୈାଣସି ଚିକିତ୍ସା ଯୋଗାଇବା ମଧ୍ୟ ଅସମ୍ଭବ ଥିଲା । ହାତୀଟି ମେ ୨୭ ତାରିଖରେ ମୃତ୍ୟୁ ବରଣ ପରେ ପୋଷ୍ଟମର୍ଟମ ରିପୋର୍ଟରୁୂ ସେ ଗର୍ଭବତୀ ଥିବା ଜଣା ପଡିଛି ।

Leave A Reply

Your email address will not be published.

one × four =