ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆସିଛି ଏକ ନୂଆ ଟ୍ୱିଷ୍ଟ । ପୂର୍ବରୁ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଏକାଧିକ ଫିଲ୍ମ ନିର୍ମାତା ଦାୟୀ ବୋଲି କୁହାଯାଉଥିଲା । ହେଲେ ଏବେ ସମସ୍ତଙ୍କର ଫୋକସ ରିୟା ଚକ୍ରବର୍ତୀ ଉପରେ ରହିଛି । ରିୟା ହେଉଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ । ସୂଚନା ଅନୁସାରେ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ରିୟା ଦାୟୀ ବୋଲି ଅଭିଯୋଗ କରି ତାଙ୍କ ବାପା ମଙ୍ଗଳବାର ପାଟନାରେ ଏତଲା ଦେଇଥିଲେ । ତେବେ ଏନେଇ ରିୟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରିୟା ପାଟନାରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇ ବଦଳି କରି ଆଣିବାକୁ ଆବେଦନ କରିଛନ୍ତି । ଏହାକୁ ନେଇ ରିୟାଙ୍କ ଓକିଲ ସୀତୀଶ ମାନେସିନେ୍ଧ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ତେବେ ଏହାର ଶୁଣାଣି କେବେ ହେବ , ତାହା ଜଣାପଡି ନାହିଁ । ଏତଲା ପରେ ବିହାର ପୁଲିସ୍ର ୪ଜଣିଆ ଟିମ୍ ମୁମ୍ବାଇରେ ପହଂଚି ଖୋଳତାଡ଼ କରିଛି । କାଳେ ଅଧିକ ଜେରା ପାଇଁ ରିୟାଙ୍କୁ ପାଟନା ଯିବାକୁ ପଡିବ , ସେଥିପାଇଁ ସେ ଆଗୁଆ ମାମଲାର ତଦନ୍ତ ଦାୟିତ୍ୱ ମୁମ୍ବାଇକୁ ବଦଳି କରି ଆଣିବାକୁ ଆବେଦନ କରିଛନ୍ତି । ଅନ୍ୟପକ୍ଷରେ ଏତଲା ପରେ ରିୟା ଗିରଫ ହେବାର ଆଶଙ୍କା ରହିଛି । ତେଣୁ ସେ ଆଗୁଆ ଜାମିନ ପାଇଁ ମଧ୍ୟ ଆବେଦନ କରିପାରନ୍ତି ବୋଲି କୁହାଯାଇଛି । ତେବେ ସୁଶାନ୍ତଙ୍କ ବାପା କେକେ ସିଂହ ରାଜୀବ ନଗର ପୁଲିସ ଷ୍ଟେସନରେ ଏଫଆଇଆର ରୁଜୁ କରି କହିଥିଲେ ଯେ ରିୟା ହିଁ ସୁଶାନ୍ତଙ୍କ ଠାରୁ ଟଙ୍କା ନେବା ପରେ ୂତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଉଥିଲେ ।