ନୂଆଦିଲ୍ଲୀ: କରୋନା ଭୂତାଣୁ ସଙ୍କଟ ଜାରି ରହିଥିବାବେଳେ ରେଲୱେ ପକ୍ଷରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଶ୍ରମିକ ସ୍ପେଶାଲ ଟ୍ରେନ ଏବଂ କେତେକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏହାମଧ୍ୟରେ ଭାରତୀୟ ରେଲୱେ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୁକ୍ କରାଯାଇଥିବା ସମସ୍ତ ଟ୍ରେନ ଟକେଟକୁ ରଦ୍ଦ କରିଦେଇଛି। ଏହି ଟିକେଟ ମୂଲ୍ୟ ଯାତ୍ରୀମାନଙ୍କୁ ଫେରସ୍ତ କରାଯିବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି।
ଯେଉଁମାନେ ପୂର୍ବରୁ ଟିକେଟ୍ ବୁକ୍ କରିଥିଲେ ସେମାନଙ୍କ ଟିକେଟକୁ ରଦ୍ଦ କରାଯାଇଛି।
ସୂଚନାଯୋଗ୍ୟ, ଗତ ମେ ୧୨ ତାରିଖରୁ ଭାରତୀୟ ରେଲୱେ ପକ୍ଷରୁ ଦିଲ୍ଲୀରୁ ୧୫ଟି ଷ୍ଟେଶନକୁ ୧୫ ଯୋଡ଼ା ଅର୍ଥାତ ୩୦ଟି ସ୍ପେଶାଲ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏସବୁ ଟ୍ରେନ ରାଜଧାନୀ ଦିଲ୍ଲୀରୁ ୧୫ ସହରକୁ ଯୋଡ଼ିବାରେ ସଫଳ ହୋଇଛି। ୩ଦିନ ଭିତରେ ଏହି ଟ୍ରେନରେ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଯାତ୍ରା କରିଛନ୍ତି।