କୋଟା : ଅସାବଧାନତା ପାଇଁ ଚାଲିଗଲା ୪୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ । କରୋନାରେ ସଂକ୍ରମିତ ଆଶଙ୍କା କରି ରୋଗୀଙ୍କୁ ଏକ ସରକାରୀ ହସ୍ପିଟାଲରେ ଆଇସିୟୁରେ ଭର୍ତି କରାଯାଇଥିଲା । ରିପୋର୍ଟ ନେଗଟିଭ ଆସିବାରୁ ଜୁନ ୧୫ରେ ଆଇସୋଲେସନ ୱାର୍ଡ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅତ୍ୟଧିକ ଗରମ ହେଉଥିବାରୁ ପରିବାର ଲୋକ ଏକ କୁଲର ଆଣିଥିଲେ ।ତେବେ ଭୁଲ ବଶତଃ କୁଲର ସଂଯୋଗ କରିବା ପାଇଁ ଭେଂଟିଲେଟର ପ୍ଲକ୍ ଖୋଲି ଦେଇଥିଲେ । ତେଣୁ ଅଧଘଂଟା ପରେ ଭେଂଟିଲେଟର ଅଚଳ ହୋଇଯାଇଥିଲା । ତୁରନ୍ତ ଏ ସମ୍ପର୍କରେ ମେଡ଼ିକାଲ ଷ୍ଟାଫଙ୍କୁ ସୂଚନା ଦେଇଥିଲେ । ମାତ୍ର ଭେଂଟିଲେଟର ବନ୍ଦ ହୋଇଯିବା ଯୋଗୁଁ ରୋଗୀଙ୍କ ଜୀବନ ଚାଲିଗଲା । ଘଟଣାର ତଦନ୍ତ ପାଇଁ ୩ ଜଣିଆ ପ୍ୟାନେଲ ଗଠନ କରାଯାଇଛି ।