ଦେଶରେ ୭୮ ହଜାର ମୃତ୍ୟୁ ରୋକି ପାରିଛି ଲକ୍‌ଡାଉନ୍‌

ନୂଆଦିଲ୍ଲୀ:ଦେଶରେ ଲକ୍ଡ଼ାଉନ୍ ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୧.୪ ରୁ ୨.୯ ନିୟୁତ କରୋନାଭାଇରସ୍ ସଂକ୍ରମଣ ଏବଂ ୫୪୦୦୦ ମୃତ୍ୟୁ ରୋକି ପାରିଛି ବୋଲି ନୀତି ଆୟୋଗ ସଦସ୍ୟ ବିନୋଦ ପଲଙ୍କ ଦ୍ବାରା ରିଲିଜ୍ ହୋଇଥିବା ସରକାରୀ ଡାଟାରୁ ଜଣାପଡ଼ିଛି।

ଡାଟା ବିଶ୍ଳେଷଣରେ ଭିନ୍ନ ଭିନ୍ନ ପାଞ୍ଚଟି ଏଜେନ୍ସି ସମ୍ପୃକ୍ତ ଥିଲେ। ଲକ୍‌ଡାଉନ୍ କଟକଣା ଯୋଗୁଁ ୩୭୦୦୦ ରୁ ୭୮୦୦୦ ମୃତ୍ୟୁ ମଧ୍ୟ ରୋକାଯାଇ ପାରିଛି।

ମେ ୨୧ ତାରିଖ ସୁଦ୍ଧା ପ୍ରାୟ ୮୦% କୋଭିଡ୍-୧୯ ସଂକ୍ରମଣ ୫ଟି ରାଜ୍ୟ ମଧ୍ୟରେ ସୀମିତ ଥିଲା ଏବଂ ୯୦% ସଂକ୍ରମଣ ୧୦ଟି ରାଜ୍ୟକୁ ବ୍ୟାପୀଥିଲା।

ପଲ୍ ଆହୁରି କହିଛନ୍ତି ଯେ ପରିସ୍ଥିତି ସମ୍ଭାଳିବାକୁ ଭାରତ ଉତ୍ତମରୂପେ ପ୍ରସ୍ତୁତ ଥ‌ିଲେ ବି ଏବେ ଆହୁରି ଅଧିକ ସତର୍କ ରହିବାର ସମୟ ଆସିଛି।

Leave A Reply

Your email address will not be published.

two × one =