ମେ ୨୫ ତାରିଖରୁ ବିମାନ ସେବା

ନୂଆଦିଲ୍ଲୀ- ଆସନ୍ତା ୨୫ ତାରିଖରୁ ଉଡିବ ଘରୋଇ ବିମାନ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏନେଇ ଏସଓପି ଜାରି କରିଛି । ଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କି୍ନଂ କରିବା ବାଧ୍ୟତା ମୂଳକ । ୧୪ ବର୍ଷରୁ କମ ବୟସ୍କଙ୍କୁ ଛାଡି ଆଉ ସମସ୍ତେ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରି ପଞ୍ଜୀକରଣ କରିବେ । ଯଦି କୌଣସି ଯାତ୍ରୀଙ୍କ ଉକ୍ତ ଆପ ନଥିବ କିମ୍ବା ସେଥିରେ ଗ୍ରୀନ ଲାଇଟ ଜଳୁ ନଥିବ ସେମାନଙ୍କୁ ଏୟାରପୋର୍ଟ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ବିମାନ ଛାଡିବାର ୨ ଘଂଟା ଆଗରୁ ଯାତ୍ରୀଙ୍କୁ ଏୟାରପୋର୍ଟରେ ପଂହଚିବାକୁ ପଡିବ । ଯେଉଁମାନଙ୍କ ବିମାନ ୪ ଘଂଟା ମଧ୍ୟରେ ଥିବ କେବଳ ସେହିମାନଙ୍କୁ ହିଁ ଟର୍ମିିନାଲକୁ ଛଡାଯିବ । ବ୍ୟକ୍ତଗତ ଗାଡି ଓ ଅନୁମତି ପ୍ରାପ୍ତ କ୍ୟାବରେ ଯାତ୍ରୀ ମାନେ ବିମାନକୁ ଆସିପାରିବେ । ମାସ୍କ ଓ ଗ୍ଳୋବ୍ସ ବାଧ୍ୟତା ମୂଳକ । ସାମାଜିକ ଦୂରତା ପାଇଁ ବିମାନ ଗୁଡିକର ସିଟରେ ଟେପଡ ଅଫ କିମ୍ବା ମାର୍କିଂ କରାଯିବ । ସମସ୍ତ ବିମାନ କର୍ମଚାରୀ ନିଜ ପାଖରେ ସାନିଟାଇଜର ରଖିବେ ଓ ପିପିଇ ପରିଧ୍ୟାନ କରିବେ । ଏୟାରପୋର୍ଟରେ ଯାତ୍ରୀଙ୍କ ବ୍ୟାଗ ସାନିଟାଇଜ କରାଯିବ । ଖବରକାଗଜ କିମ୍ବା କାରପେଟକୁ ଯାତ୍ରୀଙ୍କ ଜୋତା ସାନିଟାଇଜର କରାଯିବ । ଭୂତାଣୁ ଜନିତ ରୋଗରେ ପୀଡିତ କର୍ମଚାରୀଙ୍କୁ ବିମାନବନ୍ଦର ପରିସରରେ ପ୍ରବେଶ ଅନୁମତି ମିଳିବ ନାହିଁ । ବିମାନ ଲ୍ୟାଣ୍ଡ କରିବା ପରେ ପର୍ଯ୍ୟାୟକ୍ରମେ ଯାତୀଙ୍କୁ ବାହାରକୁ ଆସିବ ପାଇଁ ଅନୁମତି ମିଳିବ ।

Leave A Reply

Your email address will not be published.

seventeen − 1 =