ନୂଆଦିଲ୍ଲୀ- ବିଫଳ ହୋଇଛି ଭାରତର ଲକଡାଉନ । ମୋଦୀ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି । ମୋଦୀ ଦୁଇମାସ ପୂର୍ବରୁ କହିଥିଲେ ୨୧ ଦିନ ମଧ୍ୟରେ ଆମେ କରୋନାକୁ ପରାସ୍ତ କରିବୁ କିନ୍ତୁ ୬୦ ଦିନ ପରେ ବି କରୋନକୁ ନିୟନ୍ତ୍ରଣ କରି ହଉନି । ଯେତେବେଳ ବିଶ୍ୱବ୍ୟାପି ଲକଡାଉନ ହଟାଇଛନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ହାସ୍ର ପାଇଛି । ଭାରତରେ ଲକଡାଉନ ପ୍ରଭାବ ଜାରି ରହିବା ସ୍ୱତେ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଗରୀବଙ୍କ ପାଇଁ ଓ କୃଷକମାନଙ୍କ ପାଇଁ କଣ କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ ରଖିଛନ୍ତି । କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ସରକାର ଗରିବ ମାନଙ୍କୁ ଖାଦ୍ୟ ଦଉଛନ୍ତି ବୋଲି ରାହୁଲ ଗାନ୍ଧୀ ଏହି ସମ୍ମିଳନୀରେ କହିଛନ୍ତି ।