ନାଶିକ: ୫୩ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଅଭିମୁଖେ ଆସୁଥିବା ଟ୍ରକ୍ ଗୁରୁବାର ଦିନ ମହାରାଷ୍ଟ୍ରର ନାଶିକ ଜିଲ୍ଲାର ଘୋତି-ସିନ୍ନାର ରାଜପଥରେ ଓଲଟି ପଡ଼ିବାରୁ ୫ ଜଣ ଶ୍ରମିକ ସାଙ୍ଘାତିକ ଆହତ ହୋଇଛନ୍ତି।ସେମାନଙ୍କୁ ନାଶିକ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।
୫୩ ଜଣ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଚିକିଟି ଓ ପାତ୍ରପୁର ଜିଲ୍ଲାର ୧୫ ଜଣ ଶ୍ରମିକ ଥିବାବଳେ ବାକି ଶ୍ରମିକ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ହେଲ୍ପର୍କୁ ସ୍ଥାନୀୟ ଲୋକମାନେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ୫୩ ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶାରେ ପହଞ୍ଚାଇବାକୁ ନାଶିକର ସ୍ଥାନୀୟ ପ୍ରଶାସନ ବସ୍ ବ୍ୟବସ୍ଥା କରିସାରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଟ୍ରକ୍ ଯୋଗେ ଓଡ଼ିଶାରେ ପହଞ୍ଚାଇ ଦେବାକୁ ପ୍ରତି ଶ୍ରମିକଙ୍କ ଠାରୁ ୪୦୦୦ ଲେଖାଏଁ ଟଙ୍କା ନିଆଯାଇଥିଲା।