ଇଟାଲୀ- ଇଟାଲୀର ତାକିସ୍ ନାମକ ଏକ କମ୍ପାନି ପ୍ରଥମ କରୋନାଭାଇରସ ଟିକା ପ୍ରସ୍ତୁତ କରିଛି ବୋଲି ଦାବି କରିଛନ୍ତି । ସ୍ପାଲ୍ଲାଞ୍ଜାନି ହସ୍ପିଟାଲରେ ଏହି ଟିକା ପରୀକ୍ଷା କରାଯାଇଛି ବେଲି କୁହାଯାଉଛି । ସିରିଞ୍ଜରେ ମାଂସପେଶୀ ଫୋଡାଯାଇ ଏହି ଟିକା ଦିଆଯାଉଛି । ମାନବ ଜୀବକୋଷରେ କାର୍ଯ୍ୟ କରୁଥିବା ମୂଷା ଶରୀରରେ ସୃଷ୍ଟି କରାଯାଇଥିବା ଆଂଟିବଡି ବା ରକ୍ତ ପୁଷ୍ଟିସାର ଏହି କରୋନାଭାଇରସ ଟିକାରେ ରହିଛି । ଏହି ଟିକା ଦେବା ଦ୍ୱରା ମାନବ ଶରୀରରୁ କରୋନାଭାଇରସ ମରିଯାଉଥିବା କଥା ଇଟାଲୀୟ ବୈଜ୍ଞାନିକ ଦାବି କରିଛନ୍ତି ।