ଆମେରିକାରୁ ଭାରତ ମୁହାଁ ହୋଇପାରନ୍ତି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆମେରିକାରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ କରୋନା ପାଇଁ ଭାରତ ପ୍ରତ୍ୟାବର୍ତନ କରିପାରନ୍ତି । ତେବେ ଆମେରିକାରେ କରୋନାର ଭୟାବହତାକୁ ଦୃଷ୍ଟିରେ ୟୁଏମ୍ ଇମିଗ୍ରେସନ୍ ଏଣ୍ଡ କସ୍ଟମ ଇମ୍ଫୋର୍ସମେଂଟ ପକ୍ଷରୁ ଘୋଷଣା କରାଯାଇଛି । କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ଶିକ୍ଷା ଦିଆଯିବ । ଅଗଷ୍ଟ ପ୍ରଥମ ସପ୍ତାହରୁ ସେମିଷ୍ଟାର ପାଠପଢା ଆରମ୍ଭ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ଦେଶରେ ରହି ଅନଲାଇନ ଦ୍ୱାରା ପାଠପଢା ଆରମ୍ଭ କରିବା ଉଚିତ୍ ବୋଲି ଆମେରିକା ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି । ତେବେ ଆମେରିକାରେ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପରିସ୍ଥିତିକୁ ନଜର ରଖି ଭାରତ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗାଲ ଏହି ବିଷୟରେ ଆମେରିକା ବିଦେଶ ମନ୍ତ୍ରୀ ଡେବୀଡ୍ ହେଲ୍ ଙ୍କ ସହ କଥାବାର୍ତା ହୋଇଛନ୍ତି ।

Leave A Reply

Your email address will not be published.

3 + 5 =