ଅନ୍ ଲାଇନ ଗେମରେ ୧୧୦୦ କୋଟି ଟଙ୍କା ଠକେଇ

ହାଇଦ୍ରାବାଦ: ହାଇଦ୍ରାବାଦ ପୁଲିସ ଚୀନରୁ ନିୟନ୍ତ୍ରିତ ହେଉଥବା ଏକ ବଡ଼ ଠକେଇର ରହସ୍ୟ ଉନ୍ମୋଚନ କରିଛନ୍ତି । ସୂଚନା ଅନୁସାରେ ଜଣେ ଚୀନା ନାଗରିକଙ୍କ ଇଙ୍ଗିତରେ କୋଟି କୋଟି ଟଙ୍କା କାରବାର ହେଉଥିଲା । ଅନଲାଇନ୍ ଗେମ୍ ୱେବସାଇଟ୍ ଜରିଆରେ ଭାରତୀୟ ଲୋକଙ୍କୁ ଲୁଟ୍ କରାଯାଉଥିଲା । ଏହି ଚୀନ ନାଗରିକଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରିଛି । ଏହି ଚୀନ ନାଗରିକଙ୍କୁ ପୁଲିସ ଠକେଇ ଓ ବିଶ୍ଵାସଘାତକତାର ମାଷ୍ଟରମାଇଣ୍ଡ ବୋଲି ଅଭିହିତ କରିଛି । ସମ୍ପୃକ୍ତ ଚୀନ ବ୍ୟକ୍ତିର ୩ ଭାରତୀୟ ସାଥୀ ମଧ୍ୟ ଗିରଫ ହୋଇଛନ୍ତି । ହାଇଦ୍ରାବାଦ ପୁଲିସ କମିଶନ ଅଞ୍ଜନୀ କୁମାର କହିଛନ୍ତି ଯେ ଏହି ସବୁ ଗେମ୍ ୱେବସାଇଟ୍ ଚୀନ ପ୍ରସ୍ତୁତ ଓ ଏହା ସେଇଠାରୁ ନିୟନ୍ତ୍ରିତ ହୋଇ ଆସୁଛି । ଏହାର ଡ଼ାଟା ପରିଚାଳନା କ୍ଲାଉଡ଼ ଆଧାରିତ ଓ ଚୀନରୁ ଏହା କାର୍ଯ୍ୟ କରୁଛି । କିଛିଦିନ ତଳେ ହାଇଦ୍ରାବାଦ ପୁଲିସ ନିକଟରେ କିଛି ଲୋକ ଅଭିଯୋଗ କରିଥିଲେ । ଏକ  ଅନଲାଇନ୍ ଗେମ୍ ୱେବସାଇଟ୍ ଦ୍ବାରା ସେମାନଙ୍କୁ ଠକି ନିଆଯାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଆଉ ଦୁଇଜଣ ନିର୍ଦିଷ୍ଟ ଭାବରେ ଏହି ଅନଲାଇନ୍ ଗେମ୍ ସମ୍ପର୍କରେ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.

sixteen + 4 =