ନୂଆଦିଲ୍ଲୀ- ଗତ ୨୪ ଘଂଟାରେ ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯,୯୦୬ରେ ପଂହଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୮,୮୫୯କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩,୦୯,୭୧୨ ସୁସ୍ଥ ହୋଇଥିବା ବେଳେ ୧୬,୦୯୫ଙ୍କ ମୃତ୍ୟୁହୋଇଛି ।ଏଯାବତ୍ ୨,୦୩,୦୫୧ ସକ୍ରିୟମାମଲା ରହିଛି ।